Latest Odisha News

BREAKING NEWS

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ବିଜେଡି

ଭୁବନେଶ୍ୱର :  ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ  । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି ।

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ ।  ସଂଗଠନକୁ କିପରି ଚଳଚଞ୍ଚଳ କରାଯିବ  ଏବଂ ନିର୍ବାଚନ ଟିମ ରେ କିଏ ରହିବେ ସେ ନେଇ ହୋଇଛି ବିସ୍ତୃତ ଆଲୋଚନା । ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ସରକାରଙ୍କ ଜନ ହିତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ତୃଣ ମୂଳ ସ୍ତରରେ ବଡ଼ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା  । ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ କିପରି ଚଳଚଞ୍ଚଳ କରାଯାଇ ଲୋକଙ୍କ ପାଖରେ ପହଁଚିହେବ  ସେଥିପାଇଁ ଖସଡା ପ୍ରସ୍ତୁତ କରିଛି ବିଜେଡି    ।

Leave A Reply

Your email address will not be published.