Latest Odisha News

BREAKING NEWS

ମିଶନ ୨୦୨୪: ରାହୁଲଙ୍କୁ ଦିଲ୍ଲୀରେ ଭେଟିଲେ ନୀତିଶ

ନୁଆଦିଲ୍ଲୀ:  ବିରୋଧୀଙ୍କୁ ଏକଜୁଟ କରିବାକୁ ବିହାରରୁ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ସରକାର ଗଠନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନୀତିଶ କୁମାର । 2024 ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦଳଗତ ରଣନୀତି ନେଇ ମୋଦିଙ୍କ ବିରୋଧରେ କିପରି  ନିର୍ବାଚନ ଲଢ଼ାଯିବ ତାହା ଉପରେ ଦୁଇ ବରିଷ୍ଠ ନେତା ଆଲୋଚନା କରିଛନ୍ତି ।

ରାହୁଲଙ୍କୁ ଭେଟିବା ପରେ ନୀତିଶ ପ୍ରଶଂସା କରିଛନ୍ତି ରାହୁଲଙ୍କୁ  । ବିହାରରେ ସରକାର ଗଠନକୁ ନେଇ କଂଗ୍ରେସ ସମର୍ଥନ ଦେଇଥିବାରୁ ସେ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ଅପେକ୍ଷାରତ ସାମ୍ବାଦିକଙ୍କୁ କିଛି କହିବାକୁ ଉଚିତ ମନେ କରିନଥିଲେ ମଧ୍ୟ ପରେ ଏହା ହିଁ ଆଲୋଚନା ହୋଇଥିବା ଜଣାପଡିଛି ।

କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ପରେ ରାହୁଲ ଗାନ୍ଧିଙ୍କ ସହ ଭେଟିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରୁଥିବା ବେଳେ 2024ରେ କିନ୍ତୁ ନୀତିଶଙ୍କୁ କଂଗ୍ରେସ ସମର୍ଥନ କରି ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ପରାମର୍ଶ ଦେଇଥିବା ଚର୍ଚା ହେଉଛି ।

ବିହାରରୁ ଏହି ମେଂଟ ଆରମ୍ଭ ହୋଇଥିବା ବେଳେ ଏବେ ଦିଲ୍ଲୀରେ ଏହାର ରଣନୀତି କିପରି ହେବ ତାକୁ ନେଇ ବିଶେଷ ଆଲୋଚନା ଚାଲିଛି । ନୀତିଶଙ୍କ  ତିନି ଦିନିଆ ଦିଲ୍ଲୀ ଗସ୍ତର ଏହା ହିଁ ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।  ଦିଲ୍ଲୀରେ ପହଞ୍ଚୁ ପହଞ୍ଚୁ ବିହାର ମୁଖ୍ୟମନ୍ତ୍ରୀ  ନୀତୀଶ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏବେ ରାଜନୀତି ସରଗରମ ହୋଇଛି । ଜାତୀୟ ରାଜନୀତିରେ ମମତାଙ୍କ ପରେ ଏବେ ନୀତିଶ ବିରୋଧୀଙ୍କୁ କେତେ ଏକଜୁଟ କରୁଛନ୍ତି ତାହା ସମୟ କହିବ ।

Leave A Reply

Your email address will not be published.