Latest Odisha News

BREAKING NEWS

ଆଶୀକ ୩ରେ କାର୍ତିକ

ମୁମ୍ବାଇ: କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଟିସିରିଜ ଓ ବିଶେଷ ଫିଲ୍ମସ ଆଶୀକ ୩ରେ ସେ ମୂଖ୍ୟ ଭୂମିକା କରିବାକୁ ଯାଉଛନ୍ତି । ୧୯୯୦ ଦଶକରେ ଚହଳ ସୃଷ୍ଟି କରିଥିବା ଆଶୀକ ଫିଲ୍ମର ପରବର୍ତୀ ସଂସ୍କରଣ ମଧ୍ୟ ସୁପରହିଟ ହୋଇଥିଲା । ଆଶୀକ ୩ର ନିର୍ଦ୍ଦେଶନା ଦାୟିତ୍ୱ ଅନୁରାଗ ବାସୁଙ୍କ ଉପରେ ନ୍ୟସ୍ତ ହୋଇଛି । ଫିଲ୍ମର ସଙ୍ଗୀତ ପ୍ରୀତମ ଦେବେ । ଏହାର ପ୍ରେମ କାହାଣୀ, ସଙ୍ଗୀତ ଏବଂ ଅଭିନୟ ନିଶ୍ଚିତ ଭାବେ ପୂର୍ବ ଭଳି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଟିସିରିଜ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସେହିପରି ଆଶୀକ ଫିଲ୍ମ ସହିତ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ ବୋଲି କାର୍ତିକ କହିଛନ୍ତି । ନିର୍ମାତା ମୁକେଶ ଭଟ୍ଟଙ୍କ ମତରେ ୧୬ ଅଗଷ୍ଟ ୧୯୯୦ରେ ଆମେ ଯେପରି ଆଶୀକର ରିଲିଜ ନେଇ ନର୍ଭସ ଥିଲୁ ଏବେ କିନ୍ତୁ ସେ ଭଳି ପରିସ୍ଥିତି ନାହିଁ ବୋଲି କହିଛନ୍ତି ।

ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାରମାନଙ୍କ ନାମ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ବିଶେଷ କରି ଏକ ଭଲ ହିରୋଇନର ଖୋଜା ଚାଲିଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ପ୍ରେମ କାହାଣୀ ହେବ ବୋଲି ଭୂଷଣ କୁମାର କହିଛନ୍ତି । ଭୁଲ ଭୁଲେୟା ୨ର ସଫଳତା ପରେ ଏବେ ସମସ୍ତଙ୍କ ନଜର କାର୍ତିକଙ୍କ ଉପରେ ରହିଛି । ସୁଶାନ୍ତ ସିଂ ରାଜପୁତଙ୍କ ପରେ ପ୍ରଶଂସକମାନେ କାର୍ତିକଙ୍କ ଫିଲ୍ମ ପ୍ରତି ସ୍ୱତଃ ଯୋଡି ହୋଇ ଯାଉଛନ୍ତି ।

Leave A Reply

Your email address will not be published.