ସମ୍ବଲପୁର : ଆଜି ହେଉଛି ‘ବିଶ୍ୱ ପରିବେଶ ଦିବସ’ । ମହାନଦୀ କୂଳରେ ପ୍ରଚୁର ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଜି ସମ୍ବଲପୁରରେ ଉଦଘାଟିତ ହୋଇଛି ‘ମିଶନ ଗ୍ରୀନ ମହାନଦୀ’ କାର୍ଯ୍ୟକ୍ରମ ।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଥା ସମ୍ବଲପୁର ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏହି ପରିବେଶ ସମ୍ପର୍କୀତ କାର୍ଯ୍ୟକ୍ରମ ।
ସମ୍ବଲପୁରସ୍ଥିତ ସମଲେଶ୍ୱରୀ ଘାଟରେ ଏହି ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟିତ କରିବା ଅବସରରେ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, “ମହାନଦୀର ଉଭୟ ପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷନେଇ ୨କୋଟି ଚାରାରୋପଣ କରାଯାଉଛି । ମହାନଦୀର ଦକ୍ଷିଣ ଏବଂ ବାମପଟରେ ଉଭୟ ସରକାରୀ ଏବଂ ଘରୋଇ ଖାଲି ସ୍ଥାନଉପରେ ବୃକ୍ଷରୋପଣ କରାଯିବ । ଏହି ୨କୋଟି ଚାରା ମଧ୍ୟରୁ ୧୨ ଲକ୍ଷ ଚାରା ରୋପଣ କରାଯିବ କେବଳ ସମ୍ବଲପୁର ଜିଲ୍ଲାରେ । ”
ଏହି ଅବସରରେ ବିଧାୟିକା ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦ୍ୱାରା ଏକ ସଚେତନତା ଭ୍ୟାନ ଉଦଘାଟିତ ହୋଇଥିଲା । ପରିବେଶ ସନ୍ତୁଳନ ତଥା ଜଙ୍ଗଲ ସୁରକ୍ଷା ନିମନ୍ତେ ଏହି ଭ୍ୟାନ ସମଗ୍ର ଜିଲ୍ଲାରେ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହେବ ।
ଲୋକମାନଙ୍କୁ ଏହି ସଚେତନତା ଭ୍ୟାନ ମାଧ୍ୟମରେ ମହାନଦୀ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟିକା ।
BREAKING NEWS
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
Comments are closed.