ବାରିପଦା : ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିବା ଏକ ବ୍ୟକ୍ତିକୁ ଆଜି ବାରିପଦା ପୁଲିସ ଉଦଳାର ଦାମୋଦରପୁରରୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ରଜତ ପଣ୍ଡା ବୋଲି ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୁଲିସସୂତ୍ରରୁ ସୂଚନା ମିଳିଛି ଯେ, ନିଜକୁ ଜଣେ ଆଇଏସ୍ ଅଫିସର ବୋଲି ପରିଚୟ ଦେଇ ଦାମୋଦରପୁରର ଜଣେ ଯୁବତୀଙ୍କୁ ବିବାହ କରିଛି ଅଭିଯୁକ୍ତ ରଜତ ।
ତେବେ ଅଭିଯୁକ୍ତ ରଜତ ନିଜକୁ ଲିଙ୍ଗରାଜ ପଣ୍ଡା ଏବଂ ମାଲକାନଗିରିରେ ସବ-କଲେକ୍ଟର ଭାବେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବତୀ ଜଣଙ୍କୁ ଫସାଇଥିବାର ଅଭିଯୋଗ ହୋଇଛି ।
ସେହି ଅଞ୍ଚଳରେ ନକଲି ଆଇଏଏସ୍ ଅଫିସରଙ୍କ ସନ୍ଦେହଜନକ ଗତିବିଧିକୁ ନିରୀକ୍ଷଣ କରି କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ ।
ଠକ ଆଇଏସ୍ ଅଫିିସର ରଜତ ୨୦୧୪ ମସିହାରେ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଏକ ଅଭିଯୁକ୍ତ ଭାବେ ଦେଢ ବର୍ଷ କାଳ ଝାରପଡ଼ା ଜେଲରେ ରହିଥିଲା ।
ତେବେ ରଜତ ନାମରେ ବିଭିନ୍ନ ଥାନାରେ ଠକେଇ ଅଭିଯୋଗ ରହିଥିବାର ଜଣାପଡ଼ିଛି ।
BREAKING NEWS
- ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ
- ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…
- ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ
- ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ
- Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର
- ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…
- India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍ କବଚ ପରୀକ୍ଷା ସଫଳ
- କିମ୍ସରେ ସଫଳ କର୍ନିଆ ପ୍ରତିରୋପଣ
- ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍ଙ୍କ ନୂଆ ଗବେଷଣା
- ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବିଜୁ ଛାତ୍ର ଜନତା ଦଳ; ନିର୍ବାଚନରେ କଲେଜ କର୍ମଚାରୀଙ୍କ ହସ୍ତକ୍ଷେପ…

Comments are closed.