ନୟାଗଡ଼ / ରାଉରକେଲା : ମଙ୍ଗଳବାର ଦିନ ସକାଳେ ଓଡ଼ିଶାରେ ଘଟିଯାଇଛି ୨ଟି ଦୁଷ୍କର୍ମ ଘଟଣା । ଗୋଟିଏ ଘଟଣା ନୟାଗଡ଼ରେ ଏବଂ ଅନ୍ୟଟି ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି ।
ନୟାଗଡ଼ର କୃଷ୍ଣଚନ୍ଦ୍ରପୁର ଠାରେ ଜନୈକା ମାନସିକ ଅନଗ୍ରସର ବାଳିକାକୁ ତା’ର ସମ୍ପର୍କୀୟ ଦୁଷ୍କର୍ମ କରିଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ପୀଡ଼ିତାଙ୍କ ପରିବାରର ଚାନ୍ଦପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ ଜାରି ରଖିଛି ।
ଅନ୍ୟ ଏକ ଦୁଷ୍କର୍ମ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ରାଉରକେଲା ଟାଉନ ପୋଲିସ ଥାନା ନିକଟରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି । ପୀଡ଼ିତା ଜଣକ ଘରକୁ ଏକୁଟିଆ ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ।
ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଏହି ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଛାନଭିନ୍ ଜାରି ରଖିଛି ।
BREAKING NEWS
- ଚିହ୍ନଟ ହୋଇ ନ ଥିବା ମୃତଦେହ ଭୁବନେଶ୍ୱର ଅଣାଯିବ
- ଟେଷ୍ଟ କ୍ରିକେଟରୁ କେବେ ଅବସର ନେବେ ଘୋଷଣା କଲେ ୱାର୍ଣ୍ଣର
- ‘କୁଆଡେ ଗଲା କବଚ’, ଟ୍ରେନ ଦୁର୍ଘଟଣା ପାଇଁ ବିଜେପିକୁ ଘେରିଲେ ବିରୋଧୀ
- ଜୁନିୟର ବାଳିକା ଏସିଆ କପ ହକି: ଉଜବେକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ
- ଅଧା ରହିଗଲା ଜଗା ଦର୍ଶନ
- ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ
- ଜାମିନ ମିଳିବା ସତ୍ୱେ ପତ୍ନୀଙ୍କୁ ଭେଟି ପାରିଲେନି ମନୀଷ ସିସୋଡିଆ
- ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା
- ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’
- ସଠିକ ତଥ୍ୟ ପ୍ରଦାନକୁ ନେଇ ଦୁର୍ଘଟଣାସ୍ଥଳରେ ମୁହାଁମୁହିଁ ହେଲେ ଅଶ୍ୱିନୀ-ମମତା