Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମକୁ ଉଦଗାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ ୧୮୨୮ ଜଣ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ୮୪୭ଟି ଟିକାଦାନ କେନ୍ଦ୍ର କରାଯାଇଛି । ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ଏହି କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ଟିକା ନେଇନଥିବା ଗର୍ଭବତୀ ମା’ ଓ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଟିକାଦାନ କରାଯାଇ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୨୨ରୁ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ । ମିଶନ ଇନ୍ଦ୍ରଧନୁସ୍ କାର୍ଯ୍ୟକ୍ରମରେ ସହରାଞ୍ଚଳ ବସ୍ତି ଏବଂ ଦୁର୍ଗମ ଅଞ୍ଚଳକୁ ଫୋକସରେ ରଖାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବାରୁ ଏହାକୁ ସଫଳ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।

Comments are closed.