Latest Odisha News

BREAKING NEWS

ବ୍ରାଉନ୍ ସୁଗାରର ଗନ୍ତାଘର ପାଲଟିଛି କି ଭଦ୍ରକ ?

ଭଦ୍ରକ: ଜିଲ୍ଲାର ପରିସୀମା ତୁଳନା କଲେ ଏତେଟା ବଡ ନୁହେଁ । ଓଡିଶାକୁ ବାତ୍ୟା ଆସିଲେ ଏହି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ବାତ୍ୟା ପରେ ପୁଣିଥରେ ଭଦ୍ରକ ଜିଲ୍ଲାର ନାଁ ଚର୍ଚ୍ଚାକୁ ଆସିଛି । ହେଲେ କୌଣସି ଗୌରବାନ୍ୱିତ କାମ ପାଇଁ ନୁହେଁ ବରଂ ବ୍ରାଉନ୍ ସୁଗାର କାରବାରକୁ ନେଇ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା ।

ଆଜି ଭଦ୍ରକରୁ ବ୍ରାଉନ୍ ସୁଗାର ସହ ଆସ୍କା ଫୋର୍ଟି ମଦ ଜବତ ହୋଇଛି । ଏହି ମାମଲାରେ କେନ୍ଦ୍ରାଂଚଳ ଅବକାରୀ ଗୁଇନ୍ଦା ବିଭାଗ ଦୁଇଜଣଙ୍କୁ ଗିରଫ କରିଛି । ବନ୍ତ ଛକଠାରେ ଜଣେ ଯୁବକ ବ୍ରାଉନ୍ ସୁଗାର ଧରି ଛିଡାହୋଇଥିଲାବେଳେ ଅବକାରୀ ଟିମ୍ ତାକୁ କାବୁ କରିବାରେ ସଫଳ ହୋଇଥିଲା । ସଂପୃକ୍ତ ଯୁବକଙ୍କ ପରିଚୟ ଭଦ୍ରକ ଆଂରଜି ବାସିନ୍ଦା ଗଣେଶ ପଣ୍ଡା । ତାଙ୍କଠାରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହୋଇଛି ।

ସେହିଭଳି ଅନ୍ୟ ଏକ ଘଟଣାରେ ଜଣେ ଯୁବକ ୧୪ ପେଟି ଆସ୍କା ଫୋର୍ଟି ମଦ ନେଇ ବନ୍ତ ଛକ ଦେଇ ଯାଉଥିବାବେଳେ ଅବକାରୀ ବିଭାଗ ତାଙ୍କୁ ଧରିଥିଲା । ଗିରଫ ଯୁବକ ଜଣକ ବାସୁଦେବପୁରର ବୈକୁଣ୍ଠ ଦାସ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ କଟକ ସ୍ଥିତ କେନ୍ଦ୍ରାଂଚଳ ଅବକାରି ଗୁଇନ୍ଦା ବିଭାଗ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.