Latest Odisha News

BREAKING NEWS

ମିଶନ ଶକ୍ତିର ମା’ ମାନଙ୍କୁ ପ୍ରତି ମିଲ୍ ପିଛା ମିଳିବ ୨ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି କଠିନ ପରିସ୍ଥିତିରେ ମିଶନ ଶକ୍ତିର ମା’ମାନେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ସେମାନେ ସାରା ରାଜ୍ୟରେ ଏକ କୋଟିରୁ ଅଧିକ ମିଲ ଯୋଗାଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେମାନେ ଏଭଳି ଅସୁବିଧାର ସମୟରେ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଅନେକ ଭୋକିଲାଙ୍କ ପେଟରେ ମାଗଣାରେ ଦାନା ଦେଇଛନ୍ତି । ସଙ୍ଗରୋଧ କେନ୍ଦ୍ରଗୁଡିକୁ ମଧ୍ୟ ଖାଦ୍ୟ ପହଂଚାଉଛନ୍ତି । ତେଣୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି ।

କ‌େରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଆଗାମୀ ମୁକାବିଲା ପାଇଁ ଆହୁରି ସତର୍କ ରହିବାକୁ ସେ ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.