ଜେଦାହ: ଆଇପିଏଲ ୨୦୨୫ ମେଗା ନିଲାମ ଶେଷ ହୋଇ ଯାଇଛି । ସମସ୍ତ ଫ୍ରାଂଚାଇଜର ସେମାନଙ୍କ ମୁନ ମୁତାବକ ଖେଳାଳିଙ୍କୁ ନେଇ ସୁଚିନ୍ତିତ ଯୋଜନା ଅନୁସାରେ ଦଳ ଚୟନ କରି ସାରିଛନ୍ତି । ଏଥର କେବଳ ମୁକାବିଲାକୁ ଅପେକ୍ଷା । ତେବେ ଏଥର ନିଲାମରେ ଗତ ସଂସ୍କରଣର କେତେକ ମନ ପସନ୍ଦର ଖେଳାଳି ହଠାତ ଅଲୋଡା ହୋଇ ପଡିବେ ତାହା କେହି କେବେ ଭାବି ନ ଥିଲେ । ୫୭୭ ଖେଳାଳିଙ୍କ ମଧ୍ୟରୁ ୧୮୨ ଖେଳାଳିଙ୍କୁ ଫ୍ରାଂଚାଇଜର ଦଳରେ ନେଇଥିଲେ । ସମସ୍ତ ୧୦ ଫ୍ରାଂଚାଇଜ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।
ଡାରେଲ ମିଚେଲଙ୍କୁ ଗତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟି ଟଙ୍କା ଦେଇ ଦଳରେ ନେଇଥିଲା । ଏଥର ସେ ୨ କୋଟି ବେସ ପ୍ରାଇସରେ ନିଜକୁ ସାମିଲ କରାଇଥିଲେ ମଧ୍ୟ କେହି କିଣି ନ ଥିଲେ । ସେହିପରି ୱେଷ୍ଟଇଣ୍ଡିଜର ପେସ ବୋଲର ଅଲଜାରୀ ଜୋସେଫଙ୍କୁ ଆରସିବି ୧୧.୫ କୋଟିରେ ନେଇଥିଲା । ଏଥର ସେ ମଧ୍ୟ ଅଲୋଡା ହୋଇ ପଡିଥିଲେ । ସ୍ପେନ୍ସର ଜନଶନ( ୧୦ କୋଟିରୁ ୨.୬୦), ସମୀର ରିଜଭି(୮.୪୦ କୋଟିରୁ ୯୫ ଲକ୍ଷ), ରୋଓମ୍ୟାନ ପାୱେଲ( ୭.୪୦ କୋଟିରୁ ୧.୫୦ କୋଟି) ଓ କୁମାର କୁଶାଗ୍ର(୭.୨୦ କୋଟିରୁ ୬୫ ଲକ୍ଷ)ଙ୍କ ପରି ଖେଳାଳି ବିକ୍ରି ହୋଇଥିଲେ ମଧ୍ୟ ଗତ ଥର ତୁଳନାରେ ବହୁତ କମ ଅର୍ଥ ପାଇବେ ।
ରିଷଭ ପନ୍ତ(୨୭ କୋଟି), ଶ୍ରେୟାଶ ଆୟାର(୨୬.୭୫) ଓ ଭେଙ୍କେଟେଶ ଆୟାର(୨୩.୭୫) ଦାମୀ ଖେଳାଳି ଭାବେ ମୋଟା ଅଙ୍କର ଅର୍ଥ ହାସଲ କରିଛନ୍ତି ।