Latest Odisha News

୪୦୦ କୋଟି କ୍ଲବରେ ‘ଭୁଲଭୁଲେୟା ୩’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳଚ୍ଚିତ୍ର ”ଭୁଲ ଭୁଲେୟା ୩’ର ସଫଳତା ପରେ ଖୁବ୍ ଚର୍ଚ୍ଚାରେ। ଏକ ଶାନଦାର କାହାଣୀ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ଛୁଇଁ ପାରିଛି।

ରୋଜଗାର ଦୃଷ୍ଟିରୁ ”ଭୁଲ ଭୁଲେୟା ୩’ର ‘ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ତେବେ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି।

କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ”ଭୁଲ ଭୁଲେୟା ୩’ର ଲାଟେଷ୍ଟ ଇନକମ୍ ବିଷୟରେ ସୂଚନା ଦେଇଛନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଇନଷ୍ଟା ପୋଷ୍ଟ ଅନୁଯାୟୀ ସେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ସାରା ବିଶ୍ୱରେ ୪୦୮.୫୨ କୋଟି ଟଙ୍କା ଆୟ କରିଛି ଏବଂ ଏହା ଏକ ବଡ ରେକର୍ଡ।

Comments are closed.