ଭୁବନେଶ୍ବର: ମାକାଳିଆଶନୀ କ୍ୟାରମ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏମ୍କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି । ଏହି ତିନି ଦିନିଆ ପ୍ରତିଯୋଗିତାର ସିଙ୍ଗଲ୍ସରେ କଣାସର ଗୌତମପ୍ରସାଦ ଭୋଳ ଚାମ୍ପିୟନ ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର ଜୟପ୍ରକାଶ ଦାସ ରନର୍ସଅପ ହୋଇଛନ୍ତି । ଡବଲ୍ସରେରେ ଏସ୍ଆର ସାମନ୍ତରାୟ ଓ ତ୍ରିନାଥ ବେହାରାଙ୍କୁ ପରାସ୍ତ କରି କଟକର ଦାଦୁ-ବାପି ଯୋଡ଼ି ବିଜେତା ଆଖ୍ୟା ଅର୍ଜନ କରିଥିଲେ। ସିଦ୍ଧାର୍ଥ ନାୟକ ଓ ମନୋଜ ବଟୁ ମ୍ୟାଚ ପରିଚାଳନା କରିଥିଲେ ।
କପିଳପ୍ରସାଦ ଗ୍ରାମ୍ୟ କମିଟିର ସଭାପତି ଗଙ୍ଗାଧର ପ୍ରଧାନ, ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ନନ୍ଦ, ଏୟାର ଫିଲ୍ଡ ଥାନାର ଆଇଆଇସିି ରତିକାନ୍ତ ସାହୁ, ଭେଟେରାନ୍ ଆଥଲେଟ୍ ନରେନ୍ଦ୍ର ସେଠୀ, ଯୁବ ସଂଗଠକ ନିହୖାର ଚମ୍ପତ୍ତିି, ସୁରେନ୍ଦ୍ର ପ୍ରଧାନ, ଏମକେସିଏ ସଭାପତି ପ୍ରଲିପ୍ତ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
Comments are closed.