Latest Odisha News

BREAKING NEWS

ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ପୂର୍ବତନ ଜାତୀୟ କରାଟେ ଚାମ୍ପିୟନ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି । ଡ. ମହାନ୍ତି ଟିମ୍ କଟାରେ ଚାମ୍ପିୟନ ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଫାଇଟିଙ୍ଗରେ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଛନ୍ତି । ବିଗତ ତିନି ଦଶନ୍ଧି ଧରି ରାଜ୍ୟ କରାଟେରେ ଖେଳାଳି, ପ୍ରଶିକ୍ଷକ ଓ ପ୍ରଶାସକ ଭାବେ ଜଡିତ ରହି ବର୍ତ୍ତମାନ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ସେ ବିଶ୍ୱ ସୁକୋକାଇ କରାଟେ ପ୍ରତିଯୋଗିତାରେ ଜାପାନ ଠାରେ ମଧ୍ୟ ଭାଗ ନେଇଥିଲେ।

BjdElectrycity

ଏତଦ ବ୍ୟତୀତ ଓଡ଼ିଶାର ଆନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ମଧ୍ୟ ଜାତୀୟ ମଧ୍ୟ ଜାତୀୟ କରାଟେ ସଂଘର ଆଥଲେଟିକ୍ସ କମିଶନର ଅନ୍ୟତମ ସଭ୍ୟାଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ କରାଟେ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଡ ହରି ପ୍ରସାଦ ପଟ୍ଟନାୟକ ଜାତୀୟ କରାଟେ ସଙ୍ଗଠନର ଟ୍ରେନିଂ ଆଣ୍ଡ ଡେଭଲପମେଣ୍ଟର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି ।

ଓଡ଼ିଶା ରାଜ୍ୟ କରାଟେ ସଂଘର ସମସ୍ତ ସଦସ୍ୟ ତଥା ଖେଳାଳିମାନେ ଜାତୀୟ ସଂଘ ନିମନ୍ତେ ମନୋନୀତ ଡ. ହରି ପ୍ରସାଦ ପଟ୍ଟନାୟକ, ଡ. ଗୌରୀ ମହାନ୍ତି ଓ ଭାଲିନା ଭାଲେଣ୍ଟିନାଙ୍କୁ ସମ୍ବର୍ଦ୍ଧନା ହେବା ସହ ଜାତୀୟ କରାଟେ ସଂଘକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.