Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ ।
ବର୍ତ୍ତମାନ ଭୁବନେଶ୍ୱରର ଆରଏମ୍‌ଆରସି, ଏମ୍ସ ଓ କଟକର ଏସସିବି ମେଡିକାଲ କଲେଜରେ ଏହି ପରୀକ୍ଷା କରାଯାଉଛି । ଦୁଇଦିନ ତଳେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍‌କୁ ପରୀକ୍ଷା ପାଇଁ ଅନୁମତି ମିଳିଛି ।

ସୂଚନାଯୋଗ୍ୟ ଯେ ଗୁରୁବାର ରାତିରେ ପୁନେରୁ ୪୦୦୦ କୋଭିଡ୧୯ ଟେଷ୍ଟିଂ କିଟ୍ ଭୁବନେଶ୍ୱରରେ ପହଞ୍ଚିଛି । କୋଭିଡ୧୯ ପରୀକ୍ଷଣ ସଂଖ୍ୟାକୁ ବଢାଇ ଚଳିତ ସପ୍ତାହରେ ଦିନକୁ ଅତି କମରେ ଏକ ହଜାର ନମୁନା ପରୀକ୍ଷଣ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.