Latest Odisha News

BREAKING NEWS

ଡବ୍ଲ୍ୟୁଏଚଓ ମୁଖ୍ୟ କହିଲେ ‘ରାଜନୀତିକୁ ଏବେ କ୍ୱାରେଂଟାଇନରେ ରଖ’

ଓ୍ବାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଆମକୁ ସଂଗଠିତ ଭାବେ କାମ କରିବାକୁ ପଡିବ । ଏ ନେଇ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ । ବର୍ତମାନ ରାଜନୀତିକୁ କିଛି ଦିନ କ୍ୱାରେଂଟାଇନରେ ରଖ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଗେବ୍ରେୟେସିଏସ୍ କହିଛନ୍ତି । ଚୀନକୁ ଆଧାନମ ଭୁଲ କରିବା ପାଇଁ ସୁଯୋଗ ଦେଇଥିଲେ ବୋଲି ବିଭିନ୍ନ ଦେଶ ଅଭିଯୋଗ ଆଣିଛନ୍ତି ।

ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଚାଇନା ପ୍ରତିପକ୍ଷ ଜି ଜିନ୍‌ପିଙ୍ଗ୍ ଏନେଇ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ସେ ଆମେରିକା-ଚାଇନା ଉଦ୍ଦେଶ୍ୟରେ ଟେଡ୍ରୋସ୍ ଗେବ୍ରେୟେସିଏସ୍  କହିଛନ୍ତି । ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ପକ୍ଷପାତିତା କରୁଥିବା ଆମେରିକା ମଧ୍ୟ ଅଭିଯୋଗ କରିଛି।

Leave A Reply

Your email address will not be published.