Latest Odisha News

ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଧାୟକ ଭବାନୀ ଶଙ୍କର ଭୋଇ

ଭୁବନେଶ୍ୱର: ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହେଲେ ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ବିଧିବଦ୍ଧ ଭାବରେ ବାଚସ୍ପତି ସୁରମା ପାଢୀ ଉପବାଚସ୍ପତିଙ୍କ ନାମ ଘୋଷଣା କରିଛନ୍ତି। ଭବାନୀ ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଭବାନୀ। ତେବେ ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଚୟନ କରିଥିଲା ଶାସକ ବିଜେପି ।

ତେବେ ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ନବ ନିର୍ବାଚିତ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ତଳସରା ର ବିଧାୟକ ଭବାନୀ ଶଙ୍କର ଭୋଇ । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଶଙ୍କର ଭୋଇ । ବିଜେପି ଏକାକୀ ସରକାର ଗଢ଼ିଛି। ୮୧ ଜଣ ବିଧାୟକଙ୍କ ସମର୍ଥନ ବିଜେପି ପାଇଁ ରହିଛି। ସେପଟେ ଭବାନୀ ଭୋଇ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ।

ସୂଚନାଯୋଗ୍ୟ ଯେ, ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଆଦିବାସୀ ଚେହେରା । ୨୦୧୯ରେ ଭବାନୀ ଶଙ୍କର ଭୋଇ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଙ୍କୁ ୧୬ ହଜାର ଭୋଟ ରେ ହରାଇଥିଲେ ଭବାନୀ । ସେହିପରି ଏଥର ନିର୍ବାଚନର ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ୧୭ ହାଜର ରୁ ଉର୍ଧ୍ବ ଭୋଟ ରେ ବିଜୟୀ ହୋଇଥିଲେ।

Comments are closed.