Latest Odisha News

BREAKING NEWS

୧୬ରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ମନ୍ଦିର

କେରଳ : ଖୋଲିବ ସାବରିମାଲା ମନ୍ଦରି । କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଆୟାପ୍ପା ସ୍ୱାମୀ ମନ୍ଦିର ଆସନ୍ତା ୧୬ ତାରିଖରେ ଖୋଲିବ। ଶ୍ରଦ୍ଧାଳୁ ମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡର ସୂଚନା ଅନୁସାରେ ପାରମ୍ପରିକ “ତୁଳା ମାସ”  ପୂଜା ପାଇଁ ମନ୍ଦିର ଏହି ୬ ଦିନ ପାଇଁ ଖୋଲିବ ।

୧୬ ତାରିଖ ଅପରାହ୍ଣ ୫ଟାରେ ମନ୍ଦିର ଖୋଲିବାପରେ ବର୍ତ୍ତମାନର ମେଲଶାନ୍ତି ଭି.କେ.ଜୟରାଜ ପୋଟ୍ଟି ଶ୍ରୀବିଗ୍ରହଙ୍କ ଆଗରେ ପ୍ରଦୀପ ପ୍ରଜ୍ୱଳନ କରିବେ । ପରେ ମନ୍ଦିରର ୧୮ତମ ପାହାଚରେ ନିଆଁ ଜଳାଯିବ । ୧୭ ତାରିଖରେ ଲକି ଡ୍ର ମାଧ୍ୟମରେ ନୂଆ ମୁଖ୍ୟପୂଜକ ଚୟନ କରାଯିବ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ଦୁଇଟି ଡୋଜ୍ କୋଭିଡ ଟିକା ନେବା ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.