Latest Odisha News

BREAKING NEWS

ମୋ ପ୍ରତି ପକ୍ଷପାତ କରାଯାଉଛି, ଗୃହରେ କହିବାର ସୁଯୋଗ ଦିଆଯାଉନି-ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:ଗୃହରେ ପକ୍ଷପାତିତା କରାଯାଉଛି । ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ମୋର ବିଧାୟକ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନି । ଏ ପ୍ରସଙ୍ଗରେ ପଚାରିବାକୁ ଚାହଁଥିଲେ ହେଁ ମୋତେ କହିବାକୁ ସୁଯୋଗ ମିଳୁନ ନ ଥିବା ଅଭିଯୋଗ କରି ଆଜି କକ୍ଷତ୍ୟାଗ କରିଛନ୍ତି ଗୋପାଳପୁର ବିଧାୟକ  ପ୍ରଦୀପ ପାଣିଗ୍ରାହୀ ।

ସେ ଅଭିଯୋଗ କରିଛନ୍ତି, ସେ ତାଙ୍କ ବିଧାୟକ ପାଣ୍ଠି ଖର୍ଚ୍ଚ କରିପାରୁନାହାଁନ୍ତି । ୧୫ ଦିନ ମଧ୍ୟରେ ଏହାକୁ ଆପ୍ରୁଭାଲ କରାଯିବା କଥା । ହେଲେ ତାଙ୍କର ଆପ୍ରୁଭାଲ କରୁନାହାନ୍ତି ।  ଏ ବିଷୟରେ ସେ କହିବାକୁ ଚାହୁଁଥିଲେ  । ହେଲେ ତାଙ୍କୁ କହିବା ଲାଗି ଗୃହରେ ସୁଯୋଗ ଦିଆଯାଉ ନାହିଁ ।     ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦେଶରେ ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ଅଭିଯୋଗ  ଆଣିଛନ୍ତି ପ୍ରଦୀପ ପାଣିଗ୍ରାହୀ

ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନକାଳରେ କହିବାକୁ ଦେବା ଗୃହପ୍ରତି ଅସମ୍ମାନ ବୋଲି କହି  ଅସନ୍ତୁଷ୍ଟ ଗୋପାଳପୁର ବିଧାୟକ ପ୍ରଦୀପ ପାଣଗ୍ରାହୀ ଗୃହତ୍ୟାଗ କରିଛନ୍ତି  ।  ସେ କହିଛନ୍ତି, ବାଚସ୍ପତି ଓଡ଼ିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି।  ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।  ତେବେ ଆସନ୍ତାକାଲି ଗୃହରେ ଯୋଗ ଦେବି କି ନାହିଁ  ସେ ବିଷୟରେ ସ୍ପଷ୍ଟ କରିନାହାନ୍ତି ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ  ।

 

Comments are closed.