Latest Odisha News

BREAKING NEWS

Browsing Tag

Assembly

ବିଧାନସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କଲେ ଓଡ଼ିଶା ସରକାର, ଜାଣନ୍ତୁ କାହିଁକି

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କରିଛନ୍ତି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ସମେତ ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଏବଂ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ…

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ…

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର…

ବିଦ୍ୟାଳୟର ବାସ୍ତବ ଚିତ୍ର ନେଇ ବିଧାୟକଙ୍କ ଉଦବେଗ, ସମୀର କହିଲେ; ରାଜ୍ୟରେ ରହିବନି ଶିକ୍ଷକ ଅଭାବ

ଭୁବନେଶ୍ୱର : ବିଧାନସଭାରେ ବୁଧବାର ଉଠିଥିଲା ରାଜ୍ୟବ୍ୟାପୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ସ୍କୁଲ ରୂପାନ୍ତରୀକରଣରେ ଦେଖାଦେଉଥିବା ଅବ୍ୟବସ୍ଥା ପ୍ରସଙ୍ଗ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳ ଉଦବେଗ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ…

ଡ୍ରାଇଭରଙ୍କୁ ନେଇ ଗୃହ ଭିତରେ ବାହାରେ ଝଡ଼

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଉଛି। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଯୋଗୁ ଯାତାୟାତ ପରିବହନ ଆଦି ବ୍ୟାପକ ଭାବେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ବିକ୍ଷୋଭ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି। ୧୦ ଦଫା ଦାବି ନେଇ ଜିଲ୍ଲା ସ୍ତରଠୁ ଆରମ୍ଭ…

ବିଧାନସଭାରେ ହାତୀଙ୍କ ହିସାବ ନିକାଶ ! ୧୦ ବର୍ଷ ଭିତରେ ମରିଛନ୍ତି ୭୮୪ ଓ ମାରିଛନ୍ତି ୯୨୫ ମଣିଷ

ଭୁବନେଶ୍ବର : ଗତ ୧୦ ବର୍ଷ ଭିତରେ, ଅର୍ଥାତ ୨୦୧୨-୨୦୨୨ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି ଓ ହାତୀଙ୍କ ଆକ୍ରମଣରେ ୯୨୫ ଜଣ ଲୋକଙ୍କର ଜୀବନ ହରାଇଛନ୍ତି । ହାତୀ ଓ ମଣିଷ ଲଢେଇରେ କାହାର କେତେ ଜୀବନ ଯାଇଛି, ଏନେଇ ଆଜି ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ…

ମୋ ପ୍ରତି ପକ୍ଷପାତ କରାଯାଉଛି, ଗୃହରେ କହିବାର ସୁଯୋଗ ଦିଆଯାଉନି-ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:ଗୃହରେ ପକ୍ଷପାତିତା କରାଯାଉଛି । ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ମୋର ବିଧାୟକ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନି । ଏ ପ୍ରସଙ୍ଗରେ ପଚାରିବାକୁ ଚାହଁଥିଲେ ହେଁ ମୋତେ କହିବାକୁ ସୁଯୋଗ ମିଳୁନ ନ ଥିବା ଅଭିଯୋଗ କରି ଆଜି କକ୍ଷତ୍ୟାଗ କରିଛନ୍ତି…