Latest Odisha News

BREAKING NEWS

ଚଢ଼ାଉରେ ଦେଢ଼ ଲକ୍ଷର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ନେଇଯିବାରୁ କାନ୍ଦିଲେ ସୁକେଶ

ନୂଆଦିଲ୍ଲୀ : ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର । ଚଢ଼ାଉ ବେଳେ ନେଇଗଲେ ସୁକେଶଙ୍କ ସୌଖୀନ ସାମଗ୍ରୀ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୦୦ କୋଟି ଟଙ୍କାର ଠକେଇ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦୀ ଅଛି । ବୁଧବାର ସିଆରପିଏଫ୍ ଟିମ୍ ସେ ଥିବା ଜେଲ୍ କୋଠରୀର ତଲାସି ନେଇଥିଲା। ତଲାସକାରୀ ଟିମ୍‌ ସୁକେଶଙ୍କ ପାଖରୁ ୧.୫ ଲକ୍ଷ ଟଙ୍କାର ହଳେ ‘ଗୁସି’ ସ୍ଲିପର୍‌ ଏବଂ ୮୦,୦୦୦ ଟଙ୍କାର ଦୁଇ ହଳ ଜିନ୍ସ ଜବତ କରିଥିଲେ। ସେମାନେ ଚାଲିଯିବା ପରେ ସୁକେଶ ମୁଣ୍ଡରେ ହାତ ଦେଇ କାନ୍ଦି ପକାଇବା ସହି ପିନ୍ଧିଥିବା ସାର୍ଟ ହାତରେ ଲୁହ ପୋଛୁଥିବା ଦେଖାଯାଉଛି । ତେବେ ତିହାର ଜେଲ୍‌ର୍ ଦୀପକ ଶର୍ମା, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଜୟ ସିଂହ ଏବଂ ସେଣ୍ଟ୍ରାଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ସୁକେଶ ସେଲ୍‌ରେ ଚଢ଼ାଉ କରିଥିବା ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ ।

ମନି ଲଣ୍ଡରିଂ, ଠକେଇ ଅଭିଯୋଗରେ ସୁକେଶକୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ପ୍ରଥମେ ସୁକେଶ ଓ ତାଙ୍କ ସ୍ତ୍ରୀ ଲୀନା ପଲ୍‌ଙ୍କୁ ଦିଲ୍ଲୀର ହାଇ ସିକ୍ୟୁରିଟି  ତିହାର ଜେଲ୍‌ରେ ରଖାଯାଇଥିଲା । କିନ୍ତୁ, ଜୀବନ ପ୍ରତି ବିପଦ ଅଛି ବୋଲି କହି ଅନ୍ୟ ଜେଲ୍‌କୁ ନେବା ବ୍ୟବସ୍ଥା କରିବା ପାଇଁ ସୁକେଶ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା। ସୁପ୍ରିମ୍ ‌କୋର୍ଟଙ୍କ ଆଦେଶକ୍ରମେ ତାକୁ ୨୦୨୨ ଅଗଷ୍ଟରେ ମଣ୍ଡୋଲୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

 

 

 

 

Leave A Reply

Your email address will not be published.