Latest Odisha News

BREAKING NEWS

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା:ରାୟ ସଂରକ୍ଷିତ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଥିଲା  । ଗତ ୨୫ ତାରିଖରେ  ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ତାଙ୍କର ଜାମିନ ଆବେଦନ ଶୁଣାଣି ବେଳେ  ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ । ସମସ୍ତ ଯୁକ୍ତି ଶୁଣିବା ପରେ ମାନ୍ୟବର କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅନ୍ୟପକ୍ଷେ କୋର୍ଟ ବାହାରେ ଆଇନଜୀବୀ ତଥା ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରଶାନ୍ତଙ୍କ ଗିରଫଦାରୀ ଘଟଣାକୁ ଚକ୍ରାନ୍ତ ବୋଲି କହିଛନ୍ତି ।

ବିନା ଏତଲାରେ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କଲେ । ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ଥାନାରେ ଦୁର୍ବବ୍ୟହାର ଓ ଅତ୍ୟାଚାର କରାଯାଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ପ୍ରଶାନ୍ତଙ୍କୁ ଥାନାରେ ତଳେ ବସାଇଥିଲେ ଏପରିକି ଖାଦ୍ୟ କି ପାଣି ବି ପିଇବାକୁ ଦେଇନଥିଲେ । ପୋଲିସ୍ ଖୋଲାଖୋଲି ଭାବେ ସମସ୍ତ ନିୟମ କାନୁନକୁ ଉଲଂଘନ କରିଥିଲା ବୋଲି ଅଭିଯୋଗ କରିଛନ୍ତି ପିତାମ୍ବର ଆଚାର୍ଯ୍ୟ ।

Leave A Reply

Your email address will not be published.