Latest Odisha News

BREAKING NEWS

ଗର୍ଭବତୀଙ୍କୁ ଉଦ୍ଧାର କଲେ ବିଧାୟକ

ବାଲେଶ୍ୱର : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବିଧାୟକ । ବନ୍ୟା ପାଣି ଘରରେ ଥିବା ମହିଳାଙ୍କୁ ଉଦ୍ଧାର କରି ମହାନୀୟତା ଦେଖାଇଲେ ବାଲେଶ୍ୱର ସଦର ବିଧାୟକ । ହସ୍ପିଟାଲରେ ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ବାଲେଶ୍ୱରରେ ଏପରି ଘଟଣା ଘିଟିଛି ।ବାଲେଶ୍ୱର ସଦର ବ୍ଲକରେ ବନ୍ୟା ବିପନ୍ନଙ୍କ ପାଇଁ ଉଦ୍ଧାରକାର୍ଯ୍ୟ ଚାଲୁଥିବା ବେଳେ ଓଲନ୍ଦା ସାରଗାଁ ପଞ୍ଚାୟତର ମଣ୍ଡାଧାର ଗାଁ ରେ ଜଣେ ଗର୍ଭବତୀ ପାଣି ଘେରରେ ଥିବା ସୂଚନା ମିଳିଥିଲା।

ଖବର ପାଇ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ବଇଁଚା ପଞ୍ଚାୟତର ଗୁଜୁରୀବଜାର ନିକଟରୁ ଏକ ବୋଟ୍ ଯୋଗେ ବାହାରି ଥିଲେ ଓଲଗାଁ ସାରଗାଁ ପଞ୍ଚାୟତକୁ । ପ୍ରାୟ ୫ କିଲୋମିଟର ବନ୍ୟା ପାଣିରେ ବୋଟ୍ ରେ ଯାତ୍ରା କରି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ନିଜେ ଷ୍ଟେଚର ଧରି ବନ୍ୟା ପାଣିରୁ ମହିଳାଙ୍କୁ କୂଳକୁ ଆଣିଥିଲେ ।

କୌଣସି ଆମ୍ବୁଲାନ୍ସ ସୁବିଧା ହୋଇନପାରିବାରୁ ବିଧାୟକ ନିଜ ଗାଡିରେ ଡ୍ରାଇଭ୍ କରି ମହିଳାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ପୁଅ ସୁସ୍ଥ ଥିବା ଜଣାପଡ଼ିଛି। ବିଧାୟକଙ୍କ ଏପରି ମହନୀୟତାକୁ ସାଧାରଣ ଲୋକ ପ୍ରଂଶସା କରିଛନ୍ତି।

Leave A Reply

Your email address will not be published.