Latest Odisha News

BREAKING NEWS

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: କୋଭିଡ୍ ନିୟମର ଉଲ୍ଲଂଘନ କରି ସମର୍ଥକଙ୍କ ଗହଣରେ ଜନ୍ମଦିନ ପାର୍ଟିରେ ସାମିଲ ଭିଡିଓ ଭାଇରାଲ ପରେ ବଢିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଡୁଆ । ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି ।

୧୫ ଦିନ ପାଇଁ ସିଲ୍ କରିବାକୁ ନୋଟିସ୍ ଦେଇଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଫିସ ସିଲ୍ ହୋଇଛି । ଆଜି ସାଂସଦଙ୍କ ଅଫିସରେ ବିଏମସି ଟିମ୍ ପହଞ୍ଚିଥିଲେ । ପରେ ନୋଟିସ୍ ଲଗାଇଥିଲେ ।

ଗତ ୮ ତାରିଖରେ ସାଂସଦଙ୍କ ଜନ୍ମଦିନ ପାର୍ଟିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । କେହି ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ରକ୍ଷା ନକରି ନାଚ, ଗୀତରେ ମଜିଥିଲେ । ଯାହାର ଭିଡିଓ ଭାଇରାଲ୍ ହେବା ପରେ ସାଂସଦଙ୍କ ବିରୋଧରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଆଜି ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି କୋଭିଡ୍ ଯୋଦ୍ଧା ।

Leave A Reply

Your email address will not be published.