ଭୁବନେଶ୍ୱର: ଏମ୍ଏମ୍ଡିଆର୍ ବିଲ୍ ଓ ଏସ୍ଆଇଆର୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାସ SIR ବିବାଦ ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବଡ଼ ପତିକ୍ରିୟା ଦେଇଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ । ସେ କହିଛନ୍ତି SIR ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ଏଭଳି ବଡ଼ ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ କମିସନ ଇସ୍ତଫା ଦେବା ଉଚିତ୍ ବୋଲି ନବୀନ କହିଛନ୍ତି ।
ବିଜେଡି ଏହି ଘଟଣାକୁ ଦୃଢତାର ସହ ନେବ ବୋଲି ସେ କହିଛନ୍ତି । ସେହିପରି MMDR ପ୍ରସଙ୍ଗରେ ବିରୋଧୀ ଦଳ ନେତା ଟାର୍ଗେଟ କରି କହିଛନ୍ତି ଯେ, ୨୦ ବିଜେପି ସାଂସଦ ଚୁପ ରହିଲେ ଓ ସମର୍ଥନ କଲେ । ଏହା ରାଜ୍ୟ ରାଜସ୍ୱ ପାଇଁ ବଡ କ୍ଷତି ଆଣିବ । ବିଜୁ ଜନତା ଦଳ ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବ । ସେହିପରି ଆଗକୁ ଏମ୍ଏମ୍ଡିଆର୍ ବିଲ୍କୁ ନେଇ ବିରୋଧ ଜାରି ରହିବ ବୋଲି ସେ କହିଛନ୍ତି ।
ବିଲ୍ର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ବିଜେଡି ଚାପ ପକାଇବ। ଏହି ବିଲ୍ ରାଜ୍ୟ ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ବୋଲି ନବୀନ କହିଛନ୍ତି । ଏମଏମଡିଆର ବିଲକୁ ବିରୋଧ କରି ବିଜେଡି ବିଧାୟକମାନେ ମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ।

