ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ରୁଟରେ ନନ୍ ଏସି ବସ୍ ଚାଲୁଛି । ଏହି ରୁଟ୍ଗୁଡିକ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର ।
ଏହି ବସଗୁଡିକ ସୋମବାରରୁ ଶୁକ୍ରବାର ଚାଲିବ । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ବସ ଚଳାଚଳ କରିବ ନାହିଁ । ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସନ୍ଧ୍ୟା ୭ଟା ଯାଏଁ ଏହି ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.