ସମ୍ବଲପୁର: ଆଜି ମୋ ବସ୍ ସେବା ପୂରା ଠପ୍ । ଠିକା କମ୍ପାନୀର ମନମୁଖୀ କାମକୁ ପ୍ରତିବାଦ କରି ମୋ ବସ୍ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁରରେ ଗଡୁନି ମୋ ବସ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମୋ ବସ୍ ଗାଡି ଚଳାଚଳ ବ୍ୟାହତ ହୋଇଛି ।
ତେବେ ଠିକା କମ୍ପାନୀ ଅଧିକାରୀ ଅଯଥା ବସ୍ କଣ୍ଡକ୍ଟର ଓ ଚାଳକଙ୍କ ଦରମାରୁ ଟଙ୍କା କାଟି ଦେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ସତ୍ତ୍ବେ କୌଣସି ସୁଫଳ ମିଳୁନଥିବାରୁ ମୋ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେଉଁ କାରଣରୁ ଆଜି ସମ୍ବଲପୁରରେ ମୋ ବସ୍ ସେବା ବନ୍ଦ ହୋଇଥିବାରୁ ହଇରାଣ ହେଉଛନ୍ତି ଯାତ୍ରୀ ।
Comments are closed.