Latest Odisha News

BREAKING NEWS

ଆଉ ୩ ବକ୍ସରଙ୍କୁ ଅଲିମ୍ପିକ ଟିକେଟ

ନୂଆଦିଲ୍ଲୀ:ଭାରତର ଆଉ ୩ ବକ୍ସର ସୋମବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏସିଆ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ଲଭଲୀନା, ଆଶିଷ କୁମାର ଓ ସତୀଶ କୁମାର ଟୋକିଓ ପାଇଁ ଟିକେଟ ପାଇଛନ୍ତି । ଏହାପୂର୍ବରୁ ଭାରତର ପୂଜା ରାଣୀ ଓ ବିକାଶ କ୍ରିଷ୍ଣା ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ।

ଆଶିଷ କୁମାର ଇଣ୍ଡୋନେସିଆର ମେଖଲ ରବର୍ଡ ମୁସକିତାଙ୍କୁ ୭୫ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚି ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ସେହିପରି ୯୧ କେଜି ବର୍ଗରେ ସତୀଶ କୁମାର ମୋଙ୍ଗାଲିଆ ଖେଳାଳିଙ୍କୁ ହରାଇଛନ୍ତି। ଲଭଲୀନା ୬୯ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ଉଜବେକିସ୍ତାନ ମେଲିଇଭାଙ୍କୁ ଭେଟିଥିଲେ।

ଏହି ମ୍ୟାଚ୍‌ଟିକୁ ଲଭଲୀନ  ଜିତି ଅଲିମ୍ପିକ୍ସ ଟିକେଟ ମଧ୍ୟ ହାସଲ କରିଥିଲେ।

Leave A Reply

Your email address will not be published.