Latest Odisha News

‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜଧାନୀରେ ହକି ଫିଭର ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକ ପାଖରେ ‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଖର୍ଚ୍ଚ ତଥା ସୁସ୍ଥ ଯାତ୍ରାର ବିକଳ୍ପ ଭାବେ ଏହି ଅଭିଯାନରେ ରାଜଧାନୀରେ ପ୍ରାୟ ୨ ହଜାର ସାଇକେଲ ଗଡ଼ିବ। ଏହି ସବୁ ସାଇକେଲରେ ଜିପିଏସ ବ୍ୟବସ୍ଥା କରାଯାଇଥିବାରୁ ସାଇକେଲର ଗତିବିଧିକୁ ସହଜରେ ଜାଣିହେବ।

ଆହୁରିମଧ୍ୟ ସାଇକେଲ ପାଇଁ ମେମ୍ବରସିପ୍ ହେଲେ ପ୍ରଥମ ୩୦ମିନିଟ୍ ମାଗଣାରେ ସାଇକେଲ ଚଳାଇ ହେବ ସୁତ୍ରରୁ ପ୍ରକାଶ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କ ପାଇଁ ସାଇକେଲ ଉପଲବ୍ଧ କରାଯିବା ନେଇ ଜଣାପଡିଛି ।

Leave A Reply

Your email address will not be published.