Latest Odisha News

BREAKING NEWS

ଭୁବନେଶ୍ୱର: ରାତ୍ରୀକାଳୀନ ମଦ ବିକ୍ରି ସମୟ ପରିବର୍ତ୍ତନ ହେଲା, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀରେ ପୁରୁଷ ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ଯାଏଁ ମଦ ଦୋକାନ ଖୋଲା ତଥା ବିକ୍ରି କୁ ନେଇ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ମଦ ବିକ୍ରି ସମୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି।

“ ପୁରୁଷ ହକି ବିଶ୍ୱକପ୍ ସମୟରେ ଅନ୍ ସପରେ ରାତି ସାଢେ ଗୋଟାଏ ଯାଏଁ ମଦ ବିକ୍ରି ନିଷ୍ପତ୍ତି ଏକ ଅନିଚ୍ଛାକୃତ ତ୍ରୁଟିଥିଲା ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ପୂର୍ବରୁ ହକି ବିଶ୍ୱକପ୍ ସମୟରେ ରାତି ୧୦ଟା ପରିବର୍ତ୍ତେ ରାତି ସାଢେ ଗୋଟାଏ ଯାଏ ବିକ୍ରି ପାଇଁ ସରକାର ଘୋଷଣା କରିଥିଲେ।

ସାଧାରଣତଃ ଭୁବନେଶ୍ୱରରେ ରାତି ୧୦ଟା ୩୦ ସମୟରେ ସମସ୍ତ ମଦ ଦୋକାନ ବନ୍ଦ ହେଉଥିଲେ ମଧ୍ୟ ସାଢେ ଗୋଟାଏ ଯାଏଁ ଖୋଲା ରହିବା ନିଷ୍ପତ୍ତି କୁ ବିରୋଧ ପରେ ପୂର୍ବପରି ରାତି ସାଢେ ୧୦ଟା ପରେ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏନେଇ ଏକ ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଏହା ଆଜି ଅପରାହ୍ନଠାରୁ କାର୍ଯ୍ୟକାରୀ ହେବା ନେଇ ସେ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ଯାଏଁ ମଦ ବିକ୍ରି ନିଷ୍ପତ୍ତିକୁ ବିଭିନ୍ନ ଏନଜିଓ ଓ ସିଭିଲ ସୋସାଇଟିର ତୀବ୍ର ବିରୋଧ ପରେ ରାଜ୍ୟ ସରକାର ଏହି ମଦ ବିକ୍ରି ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.