Latest Odisha News

BREAKING NEWS

ଆଜିଠୁ ଶ୍ରୀକ୍ଷେତ୍ରରେ ‘ମୋ ଧାମ ମୋ ଗର୍ବ’ ଅଭିଯାନ

ପୁରୀ: ଆଜିଠୁ ପୁରୀ ଆରମ୍ଭ ହୋଇଛି ‘ମୋ ଧାମ ମୋ ଗର୍ବ’ ଅଭିଯାନ । ଏହା ଏକ ସପ୍ତାହ ଧରି ଚାଲିବ । ଏହି ଅଭିଯାନ ଜରିଆରେ ରାସ୍ତାରେ ଗୋଟିଏ ବି ଅଳିଆ ପଡିବନି । କୁଆ ଡାକିବା ପୂର୍ବରୁ ପୁରୀ ସହର ସଭା ହୋଇଯାଇଥିବ । ଏଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ଅଭିଯାନର ପ୍ରଥମ ଦିନରେ ଏକ ଲୋଗୋ ଉନ୍ମୋଚନ କରାଯିବ। ଯାହାକୁ ଶଙ୍କରାଚାର୍ଯ୍ୟ ଲୋକାର୍ପଣ କରିବେ। ଏକ ପ୍ରବେଶିକା ମାଧ୍ୟମରେ ପୁରୀବାସୀ ଦେଇଥିବା ୧୩ ହଜାର ଲୋଗୋକୁ ପ୍ରମୁଖତା ଦେଇ ଏହି ଲୋଗୋ କରାଯାଇଛି।

ଆସନ୍ତା ୨ ଓ ୩ ତାରିଖରେ ସହରାଂଚଳରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହେବ । ରାସ୍ତା ଓ ରାସ୍ତା ପାର୍ଶ୍ବ ସଫା କରାଯିବ । ୪ ତାରିଖରେ ବାସି ମହାପ୍ରସାଦ ଓ ପୂଜା ସାମଗ୍ରୀକୁ ଏକ ଭିନ୍ନ ଶୈଳୀରେ ପରିଚାଳନା କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଗାଡିରେ ସଂଗ୍ରହ ନିମନ୍ତେ ସେବାର ଶୁଭାରମ୍ଭ କରାଯିବ । ୫ ତାରିଖ ରାତିରୁ ପୁରୀ ସହର ସଫେଇ ସେବାର ଶୁଭାରମ୍ଭ ହେବ ।

୬ ଓ ୭ ତାରିଖରେ ପୁରୀ ସାହିଗଳିରେ ବୁଲୁଥିବା ପୌରସଂସ୍ଥା ସ୍ୱଚ୍ଛସବାରୀ ଗାଡ଼ି ସହିତ ଆସିଥିବା ଗାଡିରେ ଲୋକଙ୍କୁ ତାଙ୍କ ଘରେ ଓ ଘର ବାହାରେ ପଡ଼ିଥିବା ସମସ୍ତ ପ୍ରକାର ପ୍ଲାଷ୍ଟିକ ଆବର୍ଜନାକୁ ଦେବାକୁ ଆହ୍ୱାନ କରାଯିବ। ପୁରୀ ସହର ସଫେଇ ନିମନ୍ତେ କାମ କରୁଥିବା ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସବାରୀ ଚାଳକ ତଥା ଅନ୍ୟମାନଙ୍କୁ ଯଥାସାଧ୍ୟ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିବାକୁ ଆହ୍ୱାନ କରାଯିବ ।

Comments are closed.