Latest Odisha News

BREAKING NEWS

୧୬ ନଭେମ୍ବରରୁ ଖୋଲିବ ସ୍କୁଲ୍; ତାମିଲ୍‌ନାଡୁ

ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ବଡ଼ ସ୍କୁଲ ଖୋଲିବାକୁ ତାମିଲନାଡୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁ ଦେଶରେ ସମସ୍ତ ସ୍କୁଲ୍‌ କଲେଜଗୁଡ଼ିକ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ନିଷ୍ପତ୍ତି ପରେ ୧୬ ନଭେମ୍ବରରୁ ତାମିଲନାଡୁରେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ। ଏଥି ସହିତ ନଭେମ୍ବର ୧୦ ରୁ ଜିମ୍ ଏବଂ ସିନେମା ହଲ୍‌ ଖୋଲିବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।
ତାମିଲନାଡୁ ସରକାର ଶନିବାର ଏହି ନିର୍ଦ୍ଦେଶନାମା ଜାରି କରି ୫୦ ପ୍ରତିଶତ ଦର୍ଶକଙ୍କ ସହିତ ରାଜ୍ୟରେ ସିନେମା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ନଭେମ୍ବର ୧୦ ରୁ ପ୍ରାଣୀ ଉଦ୍ୟାନ, ମନୋରଞ୍ଜନ ପାର୍କ ଏବଂ ସଂଗ୍ରହାଳୟ ଆଦି ଖୋଲିବାକୁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ନଭେମ୍ବର ୧୬ ରୁ ଧାର୍ମିକ, ସମ୍ପ୍ରଦାୟ ଏବଂ ସାଂସ୍କୃତିକ ସମାରୋହକୁ ମଧ୍ୟ ଅନୁମତି ମିଳିବ।

BjdElectrycity
Leave A Reply

Your email address will not be published.