Latest Odisha News

ମୋ ସ୍କୁଲ୍ ଅଭିଯାନ; ସ୍କୁଲଗୁଡିକୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ଓଏସ୍‌ଏଲ୍‌

କଟକ: OSL ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା “ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ’ (MSAPS) ଅଧୀନରେ କଟକ ଜିଲ୍ଲାର ବିଦ୍ୟାଳୟଗୁଡିକୁ ସହାୟତା ପ୍ରଦାନ କରିଛି।

ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା MSAPS ହେଉଛି ଏକ ପଦକ୍ଷେପ ଯାହା ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକର ପରିବେଶ ଏବଂ ଗୁଣାତ୍ମକ ପରିବେଶକୁ ପରିବର୍ତ୍ତନ କରିବା ପାଇଁ ଉଦ୍ଦିଷ୍ଟ।

ଓଡିଶାର ଏକ ଅଗ୍ରଣୀ କମ୍ପାନୀ ହୋଇ OSL “ମିଶନ୍ ଜିରୋ ଏଫ୍ ଇନିସିଏଟିଭ୍” ଅଧୀନରେ ଖେଳ, ସଙ୍ଗୀତ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଉନ୍ନତ ସୁବିଧା ଯୋଗାଇବା ପାଇଁ ୨୦, ୦୦, ୦୦୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଜିଲ୍ଲା ସ୍ତରୀୟ କମିଟି ଏହି ଦାନର ଉପଯୋଗ ପାଇଁ ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରିବ।

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଏସ୍ଏଲ୍ ଇଷ୍ଟେଟ୍ ବିଭାଗର ମୁଖ୍ୟ ପି.କେ ପଟ୍ଟନାୟକ ମିଶନ୍ ଜିରୋ ଏଫ୍ ଇନିସିଏଟିଭ୍ କଟକ ସଂଯୋଜକ ରଶ୍ମିତା ମିଶ୍ରଙ୍କ ଉପସ୍ଥିତିରେ କଟକ କଲେକ୍ଟର ଭବାନୀ ଶଙ୍କର ଚାୟାନୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି।

Comments are closed.