ଭୁବନେଶ୍ୱର: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ । ଏମ ଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଗରେ ଓଡ଼ିଶା ସରକାର ଏହି ଆପ୍ ଲଞ୍ଚ୍ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଅପ୍ଲିକେସନ ‘FFMA’ ରଖାଯାଇଛି । କୃଷି ଭବନରେ ଏହି ଆପର ଲୋକାର୍ପଣ କରିଛନ୍ତି ଅରୁଣ ସାହୁ । ଏହା ମାଛ ଧରା ନିଷିଦ୍ଧାଞ୍ଚଳ ନିମନ୍ତେ ସତର୍କ ସୂଚନା ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଚ ଅଲିଭରିଡଲେଙ୍କ ମିଳନ ଓ ଅଣ୍ଡାଦେବା ପକ୍ରିୟା କୁ ସୁରକ୍ଷିତ ରଖିବା ନିମନ୍ତେ ବ୍ୟବହାର କରାଯିବ ଏହି ଆପ୍।
ଏହି ଅଫ୍ ଲାଇନ ମୋବାଇଲ ଆପ୍ଲିକେସନକୁ ମାଛଧରାଳିମାନେ ବିନା ମୂଲ୍ୟରେ ଡାଉନଲୋଡ୍ କରି। ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସମ୍ପର୍କରେ ଜାଣିପାରିବେ।ଏହି ଆପ୍ଲିକେସନ ପାଇଁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ ନାହିଁ। ସମୁଦ୍ର ମଧ୍ୟରେ ଅଫଲାଇନରେ ଏହା କାର୍ଯ୍ୟକ୍ଷମ ରହିବ। ଏହାଦ୍ୱାରା କଇଁଛଙ୍କ ମିଳନ ଏବଂ ଅଣ୍ଡାଦେବା ପକ୍ରିୟାକ ନିମନ୍ତେ ଉଦ୍ଧିଷ୍ଟ ସ୍ଥାନଠାରୁ ମତ୍ସଜୀବୀ ମାନେ ଦୂରରେ ରହିବା ପାଇଁ ସୂଚନା ପାଇ ପାରିବେ।
ଏହି ମୋବାଇଲ ଆପ୍ଲିକେସନରେ ପାଣିପାଗ ସୂଚନା ମଧ୍ୟ ମତ୍ସଜୀବୀଙ୍କୁ ମିଳିପାରିବ, ମାଛଧରା ସ୍ଥାନ ମଧ୍ୟ ନିରୁପଣ କରିପାରିବେ ମତ୍ସଜୀବୀ ମାନେ। ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମତ୍ସ୍ୟଜୀବୀ ମାନେ ଆଉ ସମୁଦ୍ରରେ ଫସିବେ ନାହିଁ। ସେମାନଙ୍କୁ ଆଗୁଆ ସୂଚନା ମିଳିପାରିବ।
Comments are closed.