ନୂଆଦିଲ୍ଲୀ: ଚନ୍ଦ୍ରରେ ମାନବ ବସତି ଏବଂ ସଡ଼କ-ରେଳ ନେଟୱର୍କ ପାଇଁ ପ୍ରସ୍ତୁତି ମଧ୍ୟରେ ଆମେରିକୀୟ ମହାକାଶ ସଂସ୍ଥା ନାସା ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ନାସା, ନୋକିଆ କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ମିଶନ ଗୁରୁବାର ଦିନ ଆରମ୍ଭ ହେବ। ଏଥିରେ ଆଥେନା ଲ୍ୟାଣ୍ଡର ଲଞ୍ଚ କରାଯିବ।
ନୋକିଆ ଦ୍ୱାରା ବିକଶିତ ଚନ୍ଦ୍ର ପୃଷ୍ଠ ଯୋଗାଯୋଗ ପ୍ରଣାଳୀ (ଏଲଏସସିଏସ୍) ଏହାର ପୃଷ୍ଠରେ ସଂଯୋଗ ସ୍ଥାପନ ପାଇଁ ପୃଥିବୀରେ ବ୍ୟବହୃତ ସେଲ୍ୟୁଲାର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବ।
ନାସାର ଏହି ମିଶନ ପାଇଁ ନୋକିଆ କମ୍ପାନୀର ନୋକିଆ ବେଲ୍ ଲାବସ୍ ଚନ୍ଦ୍ର ପାଇଁ ପ୍ରଥମ ସେଲ୍ୟୁଲାର ନେଟୱାର୍କ ଏଲଏସସିଏସ୍ ନିର୍ମାଣ କରିଛି। ଯାହା ମହାକାଶଚାରୀଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରତିଷ୍ଠା କରିବ। ଏହା ସାହାଯ୍ୟରେ ମହାକାଶଚାରୀ ମାନେ କେବଳ ଭଏସ୍ କଲ୍ ନୁହେଁ ବରଂ ଇଣ୍ଟରନେଟ୍ ସେବା ମଧ୍ୟ ବ୍ୟବହାର କରିପାରିବେ।
ନୋକିଆ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରରେ ଏକ ମୋବାଇଲ୍ ନେଟୱାର୍କ ଏବଂ ଇଣ୍ଟରନେଟ୍ ସ୍ଥାପନ କରିବା ଲକ୍ଷ୍ୟ ହେଉଛି ଭବିଷ୍ୟତର ମହାକାଶଚାରୀ ଏବଂ ସେମାନଙ୍କର ଅନୁସନ୍ଧାନକୁ ଅଧିକ ସୁଗମ କରିବା।
Comments are closed.