Latest Odisha News

BREAKING NEWS

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ଆଇଏଏସ ସ୍ତରରେ ପୁଣି ହୋଇଛି ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ତାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଦିବ୍ୟଜ୍ୟୋତି ପରିଡ଼ାଙ୍କ ସ୍ଥାନରେ ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏବେ କନ୍ଧମାଳ ଉପଜିଲ୍ଲାପାଳ ଅଛନ୍ତି ଶୁଭଙ୍କର ମହାପାତ୍ର । ଯଥାଶୀଘ୍ର ଦାୟିତ୍ବରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ରବିବାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ ରାଜ୍ୟ ସରକାର ।

Leave A Reply

Your email address will not be published.