Latest Odisha News

BREAKING NEWS

ମୋବାଇଲ ଟାୱାର ରେଡିଏଶନ ଯୋଗୁ ମହୁମାଛି ବଂଶ ଲୋପ ପାଇବ

ନୂଆଦିଲ୍ଲୀ: ଉତରପ୍ରଦେଶର ଏକ ବଣ୍ୟ ଜୀବ ବିଭାଗ ପକ୍ଷରୁ କରାଯାଇଥିବା ଗବେଷଣାରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ଉଲ୍ଲେଖ ରହିଛି ମୋବାଇଲ ଟାୱାର ରେଡିଏଶନ (ବିକିରଣ) ଯୋଗୁ ମହୁମାଛିମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଯଦି ଏହାକୁ ଗୁରୁତ୍ୱ ସହକାରେ ବିଚାର କରା ନ ଯାଏ ତାହାଲେ ତାଙ୍କ ବଂଶ ଲୋପ ପାଇବ ।

ଏକତ୍ର ରହୁଥିବା ମହୁମାଛିମାନେ ଏଥିଯୋଗୁ ଦଳରୁ ଅଲଗା ହେଉଯାଉଛନ୍ତି । ସେମାନଙ୍କ ପ୍ରଜନନ ଶକ୍ତି କମିଯାଉଛି । ଠିକ୍ ଭାବେ ଉଡି ପାରୁ ନ ଥିବାରୁ ଅନ୍ୟ ଜୀବ ଜନ୍ତୁଙ୍କ ଶୀକାର ହେଉଛନ୍ତି ।

ରାଣୀ ମହୁମାଛି ଆବଶ୍ୟକ ମୁତାବକ ଅଣ୍ଡା ଦେଇ ପାରୁ ନାହିଁ । ସେମାନେ ଏକତ୍ର ମହୁଫେଣା ମଧ୍ୟ ତିଆରି କରିପାରୁ ନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେମାନଙ୍କ ଜୀବନଚକ୍ର ୪୦ରୁ ୪୫ ଦିନ ହୋଇଥାଏ । ମାତ୍ର ଏବେ ସେମାନେ ପୂର୍ବରୁ ମୃତ୍ୟୁ ମୁଖରୁ ପଡୁଛନ୍ତି ।

ଯଦି ମହୁମାଛି ଧରା ପୃଷ୍ଠରେ ନ ରହିବେ ତାହାହେଲେ ମଣିଷ ମଧ୍ୟ ରହିବେ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.