Latest Odisha News

BREAKING NEWS

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ହଟିବା ନେଇ ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ମାର୍ଚ୍ଚ ୧୬ ତାରିଖରୁ ବଳବତ୍ତର ରହିଥିଲା ଏହି ଆଚରଣ ବିଧି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।

ତେବେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର କିଛି ସ୍ଥାନରେ ଉପନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି।

Comments are closed.