Latest Odisha News

ସର୍ଜରୀ କରି ସୁନ୍ଦରୀ ହେବାକୁ ଚାହିଁଥିଲ‌େ ଏହି ମଡେଲ୍, ଦେଖନ୍ତୁ ଫ‌ଟ‌ୋ…

ନୂଆଦିଲ୍ଲୀ: ନିଜ ଗାଲକୁ ଦୁନିଆର ସବୁଠୁ ବଡ ଗାଲ ବୋଲି ଦାବି କରୁଥିବା ୟୁକ୍ରେନର ଜଣେ ମଡେଲ ଥ୍ରୋବ୍ୟାକ୍ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ସେ କସମେଟିକ୍ ସର୍ଜରୀ କରିବା ପୂର୍ବ ଓ ପରର ଫ‌ଟୋ ଶେୟାର କରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁକ୍ରେନର ଏହି ମଡେଲଙ୍କ ନାମ ଆନାସ୍ତାସିଆ ପୋକ୍ରେଶକ୍। ଯିଏ ନିଜ ଗାଲ ଏବଂ ବଡ଼ ଓଠ ପାଇଁ ଚର୍ଚ୍ଚାରେ। ଫେସ୍ ଫିଲର୍ ଏବଂ ବୋଟକ୍ସ ଇଞ୍ଜେକ୍ସନ୍ ସହ ଅନେକ କସମେଟିକ୍ ସର୍ଜରୀର ପରିଣାମ ତାଙ୍କୁ ଭୋଗିବାକୁ ପଡିଛି।

ନିଜ ରୂପକୁ ବଦଳାଇବାକୁ ଯାଇ ତାଙ୍କୁ ୨,୧୦୦ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ପଡିଛି। ଏପରିକି ସେ ଇନଷ୍ଟାଗ୍ରାମରେ ସର୍ଜରୀ ପରର ନୂଆ ଫଟୋ ସେୟାର କରି ୨ ଲକ୍ଷରୁ ଅଧିକ ଫଲୋଅର୍ସ ହାସଲ୍ କରିଛନ୍ତି।

ଏହି ପୋଷ୍ଟରେ ୨୨,୦୦୦ ରୁ ଅଧିକ ‘ଲାଇକ୍’ ଏବଂ ବହୁ କମେଣ୍ଟ ବି ଆସିଛି। ଏପରିକି ଅନେକ କହିଛନ୍ତି ଯେ ମଡେଲ ତାଙ୍କ ଥ୍ରୋବ୍ୟାକ୍ ଫଟୋରେ ପୂରା ଭିନ୍ନ ଲାଗୁଛନ୍ତି।

Comments are closed.