Latest Odisha News

BREAKING NEWS

ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ ୩୬ ରନ୍ ବାହାରିଛି । ଟି-ଟ୍ୱେଣ୍ଟି ଇତିହାସରେ ଦ୍ୱିତୀୟ କ୍ରିକେଟର ଭାବରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ପୋଲାର୍ଡ ।

ପୋଲାର୍ଡଙ୍କ ପୂର୍ବରୁ ୧୪ବର୍ଷ ତଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ଯୁବରାଜ ସିଂହ । ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ବେଳେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ ଯୁବରାଜ ।

କିରଣ ପୋଲାର୍ଡ ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟଙ୍କ ଗୋଟିଏ ଓଭରରେ ସମସ୍ତ ବଲକୁ ବାଉଣ୍ଡ୍ରି ଲାଇନ୍ ବାହାରକୁ ପଠାଇ ଦେଇଥିଲେ । ସବୁଠୁ ବଡ଼ କଥା ହେଲା ପୋଲାର୍ଡ କ୍ରିଜକୁ ଆସିବା ପୂର୍ବରୁ ଅକିଲା ଗୋଟିଏ ଓଭଲରରେ ହାଟ୍ରିକ ଓ୍ୱିକେଟ ନେଇଥିଲେ । କିନ୍ତୁ ପୋଲାର୍ଡ ପରବର୍ତ୍ତୀ ଓଭରରେ ଅକିଲାଙ୍କୁ ନିର୍ଧୁମ ପ୍ରହାର କରିଥିଲେ ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୧୧ଟି ବଲ ଖେଳି ପୋଲାର୍ଡ କରିଥିଲେ ୩୮ରନ୍ । ପୋଲାର୍ଡଙ୍କ ବିସ୍ଫୋରକ ଇନିଂସ ବଳରେ ମ୍ୟାଚରେ ବିଜୟୀ ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ । ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିବାରେ ତୃତୀୟ ଖେଳାଳି ହୋଇଛନ୍ତି ପୋଲାର୍ଡ । ପୂର୍ବରୁ ୨୦୦୭ ଦିନିକିଆ ବିଶ୍ୱକପରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଦକ୍ଷିଣ ଆଫ୍ରିକା କ୍ରିକେଟର ହରସଲ ଗିବ୍ସ ୬ଟି ବଲରେ ୬ଟି ଛକା ମାରିଥିଲେ ।

Leave A Reply

Your email address will not be published.