Latest Odisha News

ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ, ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଜାମ୍ମୁ ଓ କାଶ୍ମୀର : ଉତ୍ତର ଭାରତରେ ବରଫ ବିପତ୍ତି । ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟରେ ତାପମାତ୍ରା ବ୍ୟାପକ ହ୍ରାସ ପାଇବା ସହ ତୁଷାରପାତ ଜାରି ରହିଛି । ବିଭିନ୍ନ ସ୍ଥାନରେ ବରଫ ଧସିବା ଦେଖିବାକୁ ମିଳୁଛି । ପ୍ରବଳ ତୁଷାରପାତକୁ ନେଇ କାଶ୍ମୀରରେ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ତୁଷାରପାତ ସହ ବର୍ଷା ଯୋଗୁ ସ୍ଥିତି ଜଟିଳ ହୋଇଛି ।

ଗତ ୭ ତାରିଖରୁ ତୁଷାରପାତ ଜାରି ରହିଥିବା ବେଳେ, ଆଗକୁ ବି ଏହା ଜାରି ରହିବ ବୋଲି କୁହାଯାଇଛି । ତୁଷାରପାତ କାରଣରୁ ଶ୍ରୀନଗର ବିମାନ ବନ୍ଦରରେ ସମସ୍ତ ବିମାନର ଉଡାଣ ବାଧାପ୍ରାପ୍ତ ହୋଇଛି । ଜାମ୍ମୁ-ଶ୍ରୀନଗର ରାଜପଥରେ ବରଫ ଜମିବା ଯୋଗୁ ୩ ହଜାରରୁ ଅଧିକ ଯାନବାହନ ବିଭିନ୍ନ ସ୍ଥାନରେ ଫସି ରହିଛି । ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ତୁଷାରପାତ ଜାରି ରହିଛି । କୁଲ୍ଲୁ, କିନ୍ନୁର, ଚମ୍ବା, ସିମଲା, ମଣ୍ଡି ଓ କାଙ୍ଗରା ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.