Latest Odisha News

BREAKING NEWS

କେଶ ଓ ନିଶ ପାଇଁ କନେଷ୍ଟବଳ ନିଲମ୍ବିତ

ନୂଆଦିଲ୍ଲୀ: କନେଷ୍ଟବଳଙ୍କ ନିଆରା ଷ୍ଟାଇଲ । କେଶ ଓ ନିଶ ନକାଟିବାରୁ ଚାକିରି ହରାଇଲେ କନେଷ୍ଟବଳ । ଏଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । କନେଷ୍ଟବଳଙ୍କୁ ତାଙ୍କ କେଶ ଓ ନିଶ ପାଇଁ ଚାକିରିରୁ ନିଲମ୍ବିତ କରାଯାଇଛି । ପୋଲିସ ମହାନିରୀକ୍ଷକଙ୍କ ଦ୍ୱାରା ତାଙ୍କୁ ନିଲମ୍ବିତ ଆଦେଶ ଯାରି କରାଯାଇଛି ।

କନେଷ୍ଟବଳ ରାକେଶ ରାଣା ଭୋପାଳ ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଟର୍ଣ୍ଣ ଆଉଟ୍ ଚେକ ସମୟରେ ରାକେଶଙ୍କ କେଶ ଓ ନିଶ ବଢିଥିବା ଦେଖାଯାଇଥିଲା । ତାଙ୍କୁ କେଶ ଓ ନିଶ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ବି ସେ କେଶ ଓ ନିଶକୁ କାଟିନଥିଲେ । ସେ ତାଙ୍କ କେଶ ଓ ନିଶକୁ ଅଜବ ଢଙ୍ଗରେ ସଜେଇଥିଲେ । ନିଶ ଓ କେଶକୁ କାଟିବା ପାଇଁ ନିର୍ଦ୍ଦେଶ ପାଇଥିଲେ ସୁଦ୍ଧା ସେ କାଟିନଥିଲେ ।

ଆଦେଶ ଯାରି କରାଯିବା ପରେ ବି ସେ ଏହାକୁ ଖାତି କରିନଥିଲେ । ଯାହାକି ଅନ୍ୟ କର୍ମଚାରୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥିଲା । ଏଣୁ ରାକେଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସହକାରୀ ପୋଲିସ ମହାନିରୀକ୍ଷକ ସୂଚନା ଦେଇଛନ୍ତି । ନିୟମ ମୁତାବକ ତାଙ୍କୁ ସରକାରଙ୍କ ତରଫରୁ ଜୀବନ ନିର୍ବାହ ଭତ୍ତା ପ୍ରଦାନ କରାଯିବ ।

Leave A Reply

Your email address will not be published.