Latest Odisha News

BREAKING NEWS

ଗୁଗଲ କ୍ରୋମ ବ୍ରାଉଜର ଅପଡେଟ କଲେ ବଢ଼ୁଛି ୟୁଜର୍ସଙ୍କ ସମସ୍ୟା

ଭୁବନେଶ୍ୱର:ଗୁଗଲର କ୍ରୋମ ବ୍ରାଉଜର ଅପଡେଟ କଲେ ୟୁଜର୍ସଙ୍କ ସମସ୍ୟା ବଢ଼ିବା ସହିତ ଡାଟା ସୁରକ୍ଷିତ ରହୁ ନ ଥିବା ଅଭିଯୋଗ ଆସିଛି । ଏହାକୁ ଅପଡେଟ କରିବା ମାତ୍ରେ ରାନସମୱେର ସିଷ୍ଟମରେ ପ୍ରବେଶ କରୁଛି । ଫଳରେ ୟୁଜର୍ସଙ୍କ ଡାଟା କ୍ଷତିଗ୍ରସ୍ତ ହେଉଛି । ଏହାକୁ ଅପଡେଟ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ହ୍ୟାକରମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି ।

ଅପଟେଡ ହେବା ପରେ ପେଜ ଡଟଏପିପିଏକ୍ସ ନାମକ ଏକ ବ୍ରାଉଜର ଡାଉନଲୋଡ କରି ଦେଉଛ । ଫଳରେ ଏହା ବ୍ୟାକଗ୍ରାଉଣ୍ଡରେ ୱିଣ୍ଡୋଜକୁ କ୍ଷତି ପଂହଚାଉଛି । ଗୁରୁତ୍ୱପୂର୍ଣ୍ଣ ଫାଇଲ ହ୍ୟାକ କରି ହ୍ୟାକରମାନେ ମୋଟା ଅଙ୍କର ଅର୍ଥ ଦାବୀ କରୁଥିବା ଅଭିଯୋଗ ଆସିଛି । ଆଂଟିଭାଇରାସ ବ୍ୟବହାର କରି ୟୁଜର୍ସ ନିଜକୁ ସୁରକ୍ଷିତ ରଖିପାରିବେ ।

Comments are closed, but trackbacks and pingbacks are open.