ଚଣ୍ଡୀଗଡ:ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ଟୀକା ନେବା ପାଇଁ ପଞ୍ଜାବ ସରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । କମ୍ପାନୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟୀକା ଦେଇପାରିବ ନାହିଁ ବୋଲି କହିଛି । ଯଦି ଟୀକା ଦିଆଯିବ ତାହାହେଲେ ଭାରତ ସରକାର ମାଧ୍ୟମରେ ବୋଲି ସ୍ପଷ୍ଟ କରିଛି । ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡରରେ ସ୍ଫୁଟନିକଭି, ଫାଇଜର, ମୋଡେର୍ଣ୍ଣା ଏବଂ ଜନଶନ ଆଣ୍ଡ ଜନଶନ କମ୍ପାନୀ ନିକଟରେ ଆବେଦନ କରିଛି ।
ସୂଚନାଯୋଗ୍ୟ, ମୋଡେର୍ଣ୍ଣା ଟୀକା ଏ ପର୍ଯ୍ୟନ୍ତ ୯୦ ମିଲିୟନ ବ୍ୟକ୍ତି ବ୍ୟବହାର କରି ସାରିଛନ୍ତି । ରାଜ୍ୟ ଏବଂ ଟୀକା କମ୍ପାନୀ ମଧ୍ୟରେ କେନ୍ଦ୍ର ସରକାର ମିଡିଲମ୍ୟାନ ରହିବା ଜରୁରୀ ହୋଇପଡିଛି ।
Comments are closed.