Latest Odisha News

ଆସିନି ବାତ୍ୟା, ଝଡବର୍ଷା ଭାଙ୍ଗିଦେଲା ଘର ଦୁଆର

ମାଲକାନଗିରି: ବାତ୍ୟା ୟସ୍ ପାଇଁ ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ସଜାଗ ଥିବାବେଳେ ମାଲାକନଗିରି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ପଡିଆ ବ୍ଲକରେ ପ୍ରବଳ ବର୍ଷା ଓ ଝଡରେ ୩୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ଟିଣ ଘରର ଛପର ଉଡିଯାଇଛି ।

BjdElectrycity

ରାସ୍ତାରେ ବଡବଡ ଗଛ ଭାଙ୍ଗି ପଡିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବିଦ୍ୟୁତ ଓ ଫୋନ୍ ସେବା ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପଡିଆ ବିଡିଓ ଓ ପୋଲିସ କ୍ଷୟକ୍ଷତି ଉପରେ ନଜର ରଖିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ସାମଗ୍ରୀ ଯୋଗାଇଦେବା ଲାଗି ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

Leave A Reply

Your email address will not be published.