Latest Odisha News

BREAKING NEWS

ମଡର୍ନାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ପିଲାଙ୍କ ଲାଗି ସୁରକ୍ଷିତ

ୱାଶିଂଟନ୍: କୋଭିଡ ଟିକା ନିର୍ମାତା କମ୍ପାନୀ ମଡର୍ନା ସୋମବାର କହିଛନ୍ତି ଯେ ଏହାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ସୁରକ୍ଷିତ ଏବଂ ଏହା ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହା କାମ କରୁଥିବା ଦେଖାଯାଇଛି। ମର୍ଡନା ଟିକା ନିର୍ମାତା କମ୍ପାନି ପିଲାମାନଙ୍କ ଲାଗି ଟିକା ବିକଶିତ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି।

ତେବେ ଆସନ୍ତା ନଭେମ୍ବରରୁ ପିଲାଙ୍କ ଲାଗି ଟିକା ଉପଲବ୍ଧ ହୋଇପାରେ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଫାଉସି କହିଛନ୍ତି। ଏହି ଟିକା ୫ରୁ ୧୧ ବର୍ଷ ବୟସ ପିଲାଙ୍କ ଉପଲବ୍ଧ ହେବ। ପୂର୍ବରୁ ୧୨ରୁ ଅଧିକ ବର୍ଷ ପିଲାଙ୍କ ପାଇଁ ଟିକାକରଣକୁ ଅନୁମିତି ମିଳିସାରିଛି। ମଡର୍ନା ଛୋଟ ପିଲାମାନଙ୍କଠାରେ ଟିକାକରଣକୁ ନେଇ ଅଧ୍ୟୟନ ଜାରି ରଖିଛି।

Leave A Reply

Your email address will not be published.