Latest Odisha News

BREAKING NEWS

ଆର୍ୟନଙ୍କ ବେଲ୍ ପାଇଁ ବମ୍ବେ ହାଇକୋର୍ଟରେ ଲଢ଼ିବେ ମୁକୁଲ ରୋହତଗୀ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅର କିଙ୍ଗ ଖାନଙ୍କୁ ଆଜି ବେଲ୍ ମିଳିବ କି ? ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ । କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜି ତାଙ୍କ ପାଇଁ କୋର୍ଟରେ ଠିଆ ହେବେ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍ ମୁକୁଲ ରୋହତଗୀ । କୋର୍ଟରେ ଆର୍ୟନ ଖାନଙ୍କ ପକ୍ଷରୁ ସେ ଯୁକ୍ତି ଉପସ୍ଥାପନ କରିବେ ।

ପୂର୍ବରୁ ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ଓ ମେଟ୍ରୋପଲିଟାନ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ବେଲକୁ କୋର୍ଟରେ ବିରୋଧ କରିଥିଲା ଏନସିବି । ଆଜି ମୁକୁଲ ରୋହତଗୀ ଆର୍ୟନଙ୍କ ପାଇଁ ଯୁକ୍ତି ବାଢ଼ିବେ । ଆଜି ସେ ଜେଲରୁ ବାହାରିବେ ନା ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିବ ତାଉପରେ ନଜର ରହିଛି ।

ଆର୍ୟନ୍ ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଗତ ୨ ତାରିଖରେ ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ କେସରେ ତାଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାପରେ ବେଲ୍ ପାଇଁ କୋର୍ଟରେ ତାଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ିଥିଲା । ଜେଲରେ ଦଶହରା କରିଥିଲା । ଏବେ ଦୀପାବଳି ପୂର୍ବରୁ ସେ ବେଲରେ ବାହାରିବେ କି ନାହିଁ ତାକୁ ଅପେକ୍ଷା ।

Leave A Reply

Your email address will not be published.