Latest Odisha News

BREAKING NEWS

ଫାଇଜରଠୁ ଅଧିକ ପ୍ରଭାବଶାଳୀ ମଡର୍ନା ଟିକା!

ନୂଆଦିଲ୍ଲୀ: ମଡର୍ନା କୋଭିଡ ଟିକା ଫାଇଜର-ବାୟୋଏନ୍‌ଟେକ୍‌ କରୋନା ଟିକାଠାରୁ ଦୁଇଗୁଣ ଆଣ୍ଟିବଡି ଉତ୍ପାଦନ କରିଥାଏ। ଟିକାକରଣ ପରେ ଲୋକଙ୍କଠାରେ ତିଆରି ଆଣ୍ଟିବଡି ଉପରେ କରାଯାଇଥିବା ନୂତନ ଅନୁସନ୍ଧାନରୁ ଏହା ଜଣାପଡ଼ିଛି।

ବେଲଜିୟମର ଏକ ହସ୍ପିଟାଲ୍‌ରେ ୨୫୦୦ ଲୋକଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଟିକା ପାଇବା ପୂର୍ବରୁ କରୋନା ଦ୍ବାରା ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କ ନିକଟରେ ମଡର୍ନାର ଉଭୟ ଡୋଜ ଟିକା ଟିକା ନେଇଥିବା ଲୋକଙ୍କଠାରେ ଫାଇଜର ଟିକା ଗ୍ରହଣ କରିଥିବା ଲୋକଙ୍କ ଅପେକ୍ଷା ଅଧିକ ଆଣ୍ଟିବଡି ରହିଥିଲା। ଏହି ରିପୋର୍ଟ ଆମେରିକାର ମେଡିକାଲ ଆସୋସିଏସନର ଜର୍ନାଲରେ ପ୍ରକାଶ ପାଇଛି।

ଅନୁସନ୍ଧାନ ଅନୁଯାୟୀ, ମଡର୍ନା ଟିକା ରେ ୧୦୦ ମାଇକ୍ରୋଗ୍ରାମ୍ ଥିବାବେଳେ ଫାଇଜରରେ ୩୦ ମାଇକ୍ରୋଗ୍ରାମ୍ ଥିବା ଜଣାପଡ଼ିଥିଲା।

Comments are closed.