Latest Odisha News

ଧମେନ୍ଦ୍ରଙ୍କୁ ଫୋନ୍‌ କଲ୍‌,ମିଳିବ କି ବଡ଼ ମନ୍ତ୍ରୀପଦ?

ଭୁବନେଶ୍ବର: ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି । ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍‌ଓରୁ ଯାଉଛି ଫୋନ୍ କଲ୍।

ଏହାରି ଭିତରେ ଏ ପର୍ଯ୍ୟନ୍ତ ଓଡ଼ିଶାର ସୁରେଜ ପୂଜାରୀ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମଙ୍କୁ କଲ୍‌ ଆସଥିବା ବେଳେ ବର୍ତମାନ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଫୋନ୍ କଲ୍ ଆସିଛି ।

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଧର୍ମେନ୍ଦ୍ର ପ୍ରଧାନ ଫୋନ୍ କଲ୍ ପାଇ ସାରିଥିବା ଜଣାପଡ଼ିଛି। ତେବେ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Comments are closed.