Latest Odisha News

ବସିବ ମୋଦୀ ୩.୦ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ । ମୋଦୀ ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଜର ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିବ ଏହି କ୍ୟାବିନେଟ୍ ବୈଠକ। ଉକ୍ତ ବୈଠକରେ ଶହେ ଦିନ ପାଇଁ କାର୍ଯ୍ୟଖସଡା ଉପରେ ଆଲୋଚନା ହୋଇପାରେ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ଗ୍ରହଣ କରିଥିଲେ । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଏହା ସହ ଶପଥ ବିଜେପି ନେତୃତାଧିନ ଏନଏଡି ସରକାରର ୭୨ ଜଣ ମନ୍ତ୍ରୀ । ଏମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ବିଜେପିର ୬୧ ଏବଂ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି କ୍ୟାବିନେଟ ମନ୍ତ୍ରୀପଦ। ଏଥିଭିତରୁ ଓଡିଶାରୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ୩ ସାଂସଦ । ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ  । ଯାହାଙ୍କୁ ନେଇ ଆଜି ପ୍ରଥମ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଆହୁରି ମଧ୍ୟ ଏମାନଙ୍କୁ ମଧ୍ୟରୁ କାହାକୁ ମିଳିବ ମନ୍ତ୍ରାଳୟ ସେନେଇ ରହିଛି ଫୋକସ୍ ।

Leave A Reply

Your email address will not be published.