Latest Odisha News

BREAKING NEWS

ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ

ମୁମ୍ବାଇ : ମୁମ୍ବାଇ କୋଠା ଭୁଷୁଡ଼ିବା ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା । ମୁମ୍ବାଇର ପଶ୍ଚିମ ମଲାଡର ନ୍ୟୁ କଲେକ୍ଟରେଟ୍ କମ୍ପାଉଣ୍ଡରେ ଏକ କୋଠା ଭୁଷୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଅଛନ୍ତି । ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ଏହି ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗୁରୁବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଦୁର୍ଘଟଣା ବୁଧବାର ରାତି ପ୍ରାୟ ୧୧.୧୫ ସମୟରେ ମାଲଭାନି ଅଞ୍ଚଳର ଅବଦୁଲ ହମିଦ ରୋଡର ନୂଆ କଲେକ୍ଟର କମ୍ପାଉଣ୍ଡରେ ଘଟିଛି । ପ୍ରବଳ ବର୍ଷା ହେତୁ ଏହି ଦୁର୍ଘଟଣା ହୋଇଛି । ମୃତକ ଆଠ ଜଣ ଗୋଟିଏ ପରିବାରର ଥିଲେ ।

୧୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ଆହତ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଛନ୍ତି  କୋଠା ଭୁଷୁଡ଼ିବା ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପୋଲିସ ଘଟଣାର ତଦନ୍ତ କରିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

e

Leave A Reply

Your email address will not be published.